ପୋଲିସ ଯାହା ଡରୁଥିଲା, ସେଇୟା ହେଲା । ବିଧାନସଭା ଚତୁଃପାର୍ଶ୍ବରେ ବାରିକେଡ୍, ଅନ୍ୟ ଗାଡି ଚଳାଚଳ ଉପରେ କଟକଣା ଆତ୍ମହତ୍ୟା ଉଦ୍ୟମକୁ ରୋକି ପାରିଲାନି । ସବୁ ସୁରକ୍ଷା ଭିତରେ ବି ବିଧାନସଭା ରାସ୍ତା ନିକଟ ଜୟଦେବ ଭବନ ପାଖରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ । ନିଜ ଦେହରେ କିରୋଲିନ ଢାଳି ନିଆଁ ଲଗାଇବା ପୂର୍ବରୁ ମହିଳା ଓ ତାଙ୍କ ପୁଅକୁ ପୋଲିସ କାବୁ କରି ନେଇଥିଲା । ଉଭୟ ମା ଓ ପୁଅଙ୍କୁ ପୋଲିସ ଗିରଫ କରିଛି । ତେବେ ମା, ପୁଅ କାହିଁକି ଆତ୍ମାହୁତି ଉଦ୍ୟମ କରୁଥିଲେ, ତାହା ଜଣାପଡିନାହିଁ । କୌଣସି ଘଟଣାରେ ମର୍ମାହତ ମହିଳା ଓ ତାଙ୍କ ପୁଅ ନ୍ୟାୟ ପାଇବାରେ ନିରାଶ ହେବା ପରେ ସମ୍ଭବତଃ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ଆଶା କରାଯାଉଛି । ମାତ୍ର ବିଧାନସଭା ସାମନାରେ ସବୁ ସୁରକ୍ଷା ସତ୍ତ୍ବେ ଆତ୍ମହତ୍ୟା ଉଦ୍ୟମ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଥିବା ତ୍ରୁଟିକୁ ପଦାରେ ପକାଇଛି ।

LEAVE A REPLY

Please enter your comment!
Please enter your name here