ବାରହା ବଦଳରେ ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକଞ୍ଚ ଖାଇଲାଯୋଡି ଗାଁରେ । ଖବରଅନୁସାରେ, ବୁଧବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରହା ଶିକାର ପାଇଁ ଯାଇଥିଲେ । କିନ୍ତୁ ବାରହା ବଦଳରେ ସାମ୍ନାକୁ ଆସିଯାଇଥିଲେ ଯୁବକ । ବାରହା ବଦଳରେ ବାଜିଥିଲା ଯୁବକଙ୍କ ଦେହରେ ଗୁଳି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ଖଗେଶ୍ୱର ଝଡିଆ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଘଟଣାକୁ ଚପେଇଦେବା ପାଇଁ ମୃତକଙ୍କ ପରିବାର ବର୍ଗକୁ କିଛି ଟଙ୍କା ଦେଇ ଶବକୁ ସତ୍କାର କରିବାକୁ ମଶାଶି ନେଇଥିଲେ । ଆଉ କୌଣସି ସୂତ୍ରରୁ ଖବର ପାଇ ମଶାଣିରେ ପହଁଞ୍ଚିଥିଲେ ପୋଲିସ । ଏବଂ ଅର୍ଦ୍ଧଦଗ୍ଧ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ କରିଥିଲେ । ଏହି ଘଟଣାରେ ସଂପୃକ୍ତ ୧୮ ଜଣ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here