ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ବିହାର ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ । ତିନୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯ଼ିବ । ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7 ତାରିଖରେ ଭୋଟ ଗ୍ରହଣ ହେବ । ମଭେମ୍ବର 10 ତାରିଖରେ ଭୋଟଗଣତି ସହ ଫଳାଫଳ ପ୍ରକାଶ ପାଇବ । କରୋନା ଆକ୍ରାନ୍ତ ଭୋଟରମାନେ ମଧ୍ୟ ନିର୍ବାଚନରେ ଭୋଟ ଦେଇପାରିବେ ବୋଲି କହିଛନ୍ତି କମିଶନର ସୁନୀଲ ଆରୋରା । ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ଘୋଷଣା କରିଛନ୍ତି କମିଶନ । ସକାଳ ୭ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ । ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ନିର୍ବାଚନ ପ୍ରଚାରରେ ମାତ୍ର ୨ ଟି ଗାଡି ବ୍ୟବହାର କରାଯାଇ ପାରିବ । ଘରକୁ ଘର ବୁଲି ପ୍ରଚାରରେ ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ରହିପାରିବେ ।

LEAVE A REPLY

Please enter your comment!
Please enter your name here