ଆଜି ରାଜ୍ୟରେ ୧୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । କଟକ ଓ ଖୋର୍ଦ୍ଧାରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଯାଜପୁର ଓ କେନ୍ଦ୍ରାପଡାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି ।
ସେହିପରି ରାଜ୍ୟରୁ ଆଜି ୩୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୨୨ ପଜିଟିଭ୍ ମଧ୍ୟରୁ ୨୩୦୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୬୧୩ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୮ ହଜାର ୩୩୧ ଏବଂ ସୁସ୍ଥ ହେଲେଣି ୧ ଲକ୍ଷ ୭୦ ହଜାର ୧୯୩ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୮୦, ଷ୍ଟେଟପୁଲ- ୨୧୪, କେନ୍ଦୁଝର-୨୧୨, ଅନୁଗୁଳ-୨୦୦, ପୁରୀ-୧୮୪, ବରଗଡ-୧୫୪, ମୟୂରଭଞ୍ଚ-୧୪୯, ଜଗତସିଂହପୁର-୧୨୩, ସମ୍ବଲପୁର-୧୧୭, ନୂଆପଡା-୧୧୪, ଝାରସୁଗୁଡା-୧୦୯, କେନ୍ଦ୍ରାପଡା-୧୦୭, ଯାଜପୁର ଓ ସୁନ୍ଦରଗଡରୁ ୧୦୩ ଲେଖାଏଁ, ବଲାଙ୍ଗିରରୁ ୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ-୭୬, କଳାହାଣ୍ଡି-୭୩, ବାଲେଶ୍ୱର-୭୨, କୋରାପୁଟ ଓ ମାଲକାନଗିରିରୁ ୬୯ ଲେଖାଏଁ , କନ୍ଧମାଳରୁ ୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ-୫୧, ବୌଦ୍ଧ, ନୟାଗଡ ଓ ରାୟଗଡାରୁ ୪୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର-୪୦, ଗଞ୍ଜାମ-୩୯, ସୁବର୍ଣ୍ଣପୁର -୨୫, ଗଜପତି-୨୨ ଦେବଗଡରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here