ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର‌୍ୟ୍ୟକରଣ ପାଇଁ ରାଜୟ ସରକାର ଅଂଟା ଭିଡିଛନ୍ତି। ସରକାର ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବିଡିଏ ଓ ବିଏମସିର ସ୍ୱତନ୍ତ୍ର ଟିମକୁ ଦାଯିତ୍ୱ ଦିଆଯାଇଛି।ଆଜି ପ୍ରଶାସନ ତରଫରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଡିଏ ଓ ବିଏମସି ଅଧିକାରୀମାନେ ପ୍ରଥମେ ମନ୍ଦିର ସଂଲଗ୍ନ ଅଂଚଳର ମାପଚୁପ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାୟୀ ଘର, ଦୋକାନ ଓ ବାସଭବନକୁ ତଦାରଖ କରିଛନ୍ତି। ଏହି ପ୍ରକ୍ରିୟାରେ ମନ୍ଦିର ପ୍ରଶାସନ ମଧ୍ୟ ସାମିଲ ଅଛି। ମାପଚୁପ ସରିବା ପରେ ଉଚ୍ଛେଦ ହେବ ବୋଲି ବିଡିଏ ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here