ବିଧାନସଭାବେଳେ ବିକ୍ଷୋଭ ମନା । ରାଜ୍ୟ ସରକାରଙ୍କ କୋଭିଡ ନିୟମ କଟକଣା ଅନୁସାରେ କମିଶନରେଟ ପୋଲିସ ପକ୍ଷରୁ ଗାନ୍ଧିମାର୍ଗରେ କୌଣସି ସଙ୍ଗଠନକୁ ବିକ୍ଷୋଭ ପାଇଁ ଅନୁମତି ଦିଆଯାଇନି । ମୌସୁମୀ ଅଧିବେଶନ ସମୟରେ ବିକ୍ଷୋଭ କିମ୍ବା ରାଲି ନକରିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି । ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତାକାଲି ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ ।