ବାଲି ଗୋଦାରୁ ମିଳିଛି ଯୁବକର ମୃତ ଦେହ । ତେବେ ଏହି ଘଟଣା ହତ୍ୟା ବୋଲି ସନ୍ଦେହ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା ରାୟରଙ୍ଗପୁର ଗ୍ରମାଞ୍ଚଳ ଥାନା କେସିଡିକେ କଲେଜ ପରିସରରେ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟିର ମୁଣ୍ଡ କ୍ଷତବିକ୍ଷତ ଓ ରକ୍ତାକ୍ତ ଅବସ୍ଥାରେ ପୋତାଯାଇଥିଲା । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଲିରେ ପୋତା ଯାଇଥିବା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାୟରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନ  ଦ୍ଧାମଡିଗଡା ଗାଁର ୬୫ ବର୍ଷୀୟ ମନସୁକ୍ ମହାନ୍ତ । ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here