ରାଜ୍ୟରେ କରୋନାରେ ଆଜି ୧୭ ଜଣଙ୍କର ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଟକ ଓ ନୟାଗଡରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, ବଲାଙ୍ଗିର,ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀ , ରାୟଗଡାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୮୫୯ରେ ପହଁଞ୍ଚିଛି ।
ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୬୧୫ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨୧୧୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୯୭ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୬,୧୨୨, ଏବଂ ସୁସ୍ଥ ଅଛନ୍ତି ୧,୮୫ ୭୦୦ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୭୧, ଷ୍ଟେଟ୍ ପୁଲ-୨୪୦, ପୁରୀ-୧୯୭, ଅନୁଗୁଳ-୧୮୮, ଯାଜପୁର-୧୪୪, ମାଲକାନଗିରି ଓ ମୟୂରଭଞ୍ଜରୁ ୧୨୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା-୧୧୯, କେନ୍ଦୁଝର-୧୦୯, ଝାରସୁଗୁଡା ଓ କଳାହାଣ୍ଡିରୁ ୧୦୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର-୯୬, ବରଗଡ-୮୬, ଜଗତସିଂହପୁର-୮୩, ବଲାଙ୍ଗିର- ୮୧, ସମ୍ବଲପୁର ଓ ସୁନ୍ଦରଗଡରୁ ୭୩ ଲେଖାଏଁ , ସୁବର୍ଣ୍ଣପୁରରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା-୬୬, ନୟାଗଡ-୬୪, ଭଦ୍ରକ-୬୧, ଢେଙ୍କାନାଳ-୬୦, କନ୍ଧମାଳ-୫୯, ନବରଙ୍ଗପୁର-୫୭, କୋରାପୁଟ-୪୭, ଗଞ୍ଜାମ-୪୨, ରାୟଗଡା- ୩୯, ଗଜପତି-୨୯, ବୌଦ୍ଧ-୨୦, ଦେବଗଡରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here