କରୋନାରେ ଆଜି ଯାଇଛି ୧୭ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ୪ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣc ଜୀବନ ନେଇଛି ମହାମାରୀ କରୋନା । ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବରଗଡ, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସୁବର୍ଣ୍ଣପୁର , ମାଲକାନଗିରି ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୯୧ କୁ ବୃଦ୍ଧି ପାଇଛି ।
ଆଜି ରାଜ୍ୟରୁ ୨୬୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୫୭୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୨୧ । ଅନୁଗୁଳ-୧୦୭, ବାଲେଶ୍ୱର-୧୧୫, ବରଗଡ-୮୬, ଭଦ୍ରକ-୬୬, ବଲାଙ୍ଗିର-୬୨, ବୌଦ୍ଧ-୩୧, କଟକ-୨୩୪, ଦେବଗଡ-୧୫, ଢେଙ୍କାନାଳ-୪୫, ଗଜପତି-୮, ଗଞ୍ଜାମ-୪୫,ଜଗତସିଂହପୁର-୬୫,ଯାଜପୁର-୧୧୮, ଝାରସୁଗୁଡା-୭୭, କଳାହାଣ୍ଡି-୪୫, କନ୍ଧମାଳ-୩୪, କେନ୍ଦ୍ରାପଡା-୬୯, କେନ୍ଦୁଝର-୭୫, ଖୋର୍ଦ୍ଧା-୪୮୨, କୋରାପୁଟ -୪୫, ମାଲକାନଗିରି-୪୦, ମୟୂରଭଞ୍ଜ-୧୩୪, ନବରଙ୍ଗପୁର-୫୧, ନୟାଗଡ-୩୮, ନୂଆପଡା-୧୫୩, ପୁରୀ-୬୪, ରାୟଗଡା-୩, ସମ୍ବଲପୁର-୧୦୭, ସୋନପୁର-୬୯, ସୁନ୍ଦରଗଡ-୧୨୦, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬, ୮୩୯ ଏବଂ ଆକ୍ଟିଭ୍ କେସ୍ ରହିଛି ୨୮,୮୧୧ ।

LEAVE A REPLY

Please enter your comment!
Please enter your name here