ଧରାପୃଷ୍ଠରେ ମା’ ଯେତେବେଳେ ଅବତରଣ କରନ୍ତି । ବାଜା, ବାଣ. ରୋଷଣୀ ଏବଂ ବିଭିନ୍ନ ସାଜସଜାରେ ମଣ୍ଡପ କମ୍ପିଉଠେ । ମା’ଙ୍କୁ ଟିକେ ଦେଖିବା ପାଇଁ କାହିଁ କେତେ ଦୂରରୁ ଚାଲିଆସେ ଭକ୍ତ । ପାର୍ବଣ ଆସିଛି ବୋଲି ମନ ପୁଲିକିତ ହୋଇଯାଏ । ଭକ୍ତଟିଏ ମା’ଙ୍କୁ ସିଧାସଳଖ ଦର୍ଶନ କରି ବିମୋହିତ ହୋଇ ଆଖିରୁ ଲୁହ ଝରାଇଦିଏ । କିନ୍ତୁ ଚଳିତବର୍ଷ, ଶହ ଶହ ବର୍ଷର ପରମ୍ପରା ଅଛି ସତ । କିନ୍ତୁ ମା’ଙ୍କ ପାଖରେ ନା ଅଛନ୍ତି ଭକ୍ତ , ନାଁ ଅଛି ସେ ଗହଳି ଚହଳି । ସିଧାସଳଖ ମାଙ୍କୁ ଦର୍ଶନ କରିବା ମନା । କରୋନା କଟକଣା ପାଇଁ ଏଥର ଯେମିତି ସବୁ ଶୂନଶାନ୍ । ମା’ଙ୍କ ପାଖରେ ଦୀପଟିଏ ବି ଲଗାଇପାରୁନି ଭକ୍ତ । ତେବେ ଏଥର ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ । ଦେଖନ୍ତୁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମା’ଙ୍କ ଝଲକ ।

LEAVE A REPLY

Please enter your comment!
Please enter your name here