ପ୍ରଖ୍ୟାତ କ୍ରିକେଟର କପିଲ ଦେବଙ୍କୁ ହାର୍ଟ ଆଟାକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ତାଙ୍କୁ ୩ ସପ୍ତାହ ରେଷ୍ଟ ନେବାକୁ ପରାମର୍ଶ ଦିଆଯାଇଛି । ୬୧ ବର୍ଷୀୟ କିମ୍ବଦନ୍ତି କ୍ରିକେଟରଙ୍କ ହାର୍ଟ ଆଟାକ ଖବର ପାଇ ତାଙ୍କର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ବହୁ କ୍ରିକେଟର ଓ ଶୁଭେଚ୍ଛୁ । ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା କପିଲ ୬୮୭ ଟି ଅନ୍ତର୍ଜାତୀୟ ୱିକେଟ୍ ନେବା ସହ ୩୫୬ଟି ମ୍ୟାଚ୍ କୁ ୯ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୧୯୮୩ରେ ପ୍ରଥମ ଥର କ୍ରିକେଟ ୱାଲର୍ଡ କପ ଜିତିଥିଲେ କପିଲ ।

LEAVE A REPLY

Please enter your comment!
Please enter your name here