କୋଇଲା ଦୁର୍ନିତୀ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟରେ ଥିବା ୨ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୯ ଝାଡଖଣ୍ଡ କୋଲ ବ୍ଲକ୍ ଆବଣ୍ଟନ ମାମଲାରେ ଏହି ଦଣ୍ଡାଦେଶ । ତତକାଳୀନ ଏନଡିଏ ସରକାରରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶିଦାର ଥିଲା । ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିଲେ । ମାମଲାରେ ଦୋଷୀ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ । ୨ ଅଧିକାରୀଙ୍କୁ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ ଲେଖାଏଁ ଜରିମାନା । ମାମଲାରେ ସିଟିଏଲକୁ ୬୦ ଲକ୍ଷ , ସିଏମଏଲକୁ ୧୦ ଲକ୍ଷ ଜରିମାନା ।

LEAVE A REPLY

Please enter your comment!
Please enter your name here