ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ଦିଲୀପଙ୍କ ସହ ସମସ୍ତଙ୍କୁ କୋର୍ଟ ଜାମିନ୍ ଦେଇଛନ୍ତି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପଙ୍କ ସହିତ ସମସ୍ତଙ୍କୁ ଜାମିନ୍ ଦେଇଛନ୍ତି । ଜଣେ ଜାମିନଦାର ଏବଂ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ଜାମିନ୍ । ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ଜାମିନ୍ ମଞ୍ଜୁର । ଦିଲୀପଙ୍କୁ ୩ ବର୍ଷ ଜେଲ୍ ସହ ୧୦ ଲକ୍ଷ ଜରିମାନା ହୋଇଥିଲା । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଥିଲେ । ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ହୋଇଥିଲା । ଅକ୍ଟୋବର ୬ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦିଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟରେ ଥିବା ୨ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୯ ଝାଡଖଣ୍ଡ କୋଲ ବ୍ଲକ୍ ଆବଣ୍ଟନ ମାମଲାରେ ଏହି ଦଣ୍ଡାଦେଶ ହୋଇଥିଲା । ତତକାଳୀନ ଏନଡିଏ ସରକାରରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ନବୀନଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶିଦାର ଥିଲା । ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ କରୁଥିଲେ । ମାମଲାରେ ସିଟିଏଲକୁ ୬୦ ଲକ୍ଷ , ସିଏମଏଲକୁ ୧୦ ଲକ୍ଷ ଜରିମାନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here