ମହାକାଳପଡ଼ା:ସରପଞ୍ଚ ସୁଶ୍ରୀ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏହି ଗିରଫ କରାଯାଇଥିବା ସୂଚନା ମିଳିଛି ।ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା ବିଡିଓଙ୍କୁ ଭେଟିବା ପାଇଁ ଯାଇଥିଲେ l ବିଡିଓଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ l ବିଡିଓଙ୍କ ଚାମ୍ବର ଥିବା କିଛି ରାଜନୈତିକ ବ୍ୟକ୍ତି ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ପୋଲିସ ମଧ୍ୟ ତାଙ୍କୁ ମାଡ ମାରିଥିବା ଚାମେଲି ଅଭିଯୋଗ କରିଥିଲେ lସେପଟେ, ମହାକାଳପଡ଼ା ବିଡିଓ ଓ ପୋଲିସର ଅଭିଯୋଗ ଆଧାରରେ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ପୋଲିସ lବର୍ତ୍ତମାନ ଚାମେଲି ଓଝା ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here