ମୁମ୍ବାଇ ପାରେଲ ଅଞ୍ଚଳରେ ଥିବା କ୍ରିଷ୍ଟାଲ ଟାୱାରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଜଣେ ୧୦ ବର୍ଷ ଝିଅର ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି। ଏଥିରେ ୪ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୨୧ରୁ ଅଧିକ ଆହତ ହୋଇଥିଲେ। ଅଗ୍ନିକାଣ୍ଡରେ ପ୍ରବଳ କଳା ଧୁଆଁ ସୃଷ୍ଟି ହୋଇଥିଲା ଏବଂ ନିଶ୍ୱାସ ନେବା କଷ୍ଟକର ହୋଇପଡିଥିଲା। ତେବେ ଛୋଟ ଝିଅ ସଦାବର୍ତ୍ତେ ଘରେ ଥିବା କନାକୁ ଚିରି ଛୋଟଛୋଟ ଖଣ୍ଡ କରି ପାଣିରେ ଭିଜାଇ ଲୋକଙ୍କୁ ଦେଇଥିଲେ। ଏହା ଏକ ପୁ୍ୟରିଫାୟାର ଭାବେ କାର୍ଯ୍ୟ କରିଥିଲା । ସଦାବର୍ତ୍ତେଙ୍କ ଉପସ୍ଥିତ ବୁଦ୍ଧି ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା ।