ଭାରତରେ କୋଭିଡ 19 ସଂକ୍ରମଣର ଏକ ପ୍ରମୁଖ କାରଣ ଭାବେ ଦିଲ୍ଲୀ ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ I ଏପର୍ଯ୍ୟନ୍ତ ଭାରତରେ କୋଭିଡ 19 ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ 30 ପ୍ରତିଶତ ଏହି ସମ୍ମିଳନୀ ସହ ଜଡିତ I କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରବିବାର ସୁଦ୍ଧା ଆସିଥିବା ମୋଟ 14,378 କେସ୍ ମଧ୍ୟରୁ 4291 ଜଣ ଏହି ସମ୍ମିଳନୀ ସହ ଜଡିତ ଥିଲେ I ଏହି ଧର୍ମ ସମ୍ମିଳନୀରେ ସାମିଲ ହୋଇଥିବା ଲୋକମାନେ 23ଟି ରାଜ୍ୟକୁ ସଂକ୍ରମିତ କରିଥିଲେ I ତାମିଲନାଡୁର 80 ପ୍ରତିଶତ, ଦିଲ୍ଲୀର 63, ତେଲେଙ୍ଗାନାର 79, ଉତ୍ତର ପ୍ରଦେଶର 59, ଆନ୍ଧ୍ର ପ୍ରଦେଶର 61 ପ୍ରତିଶତ ସଂକ୍ରମଣ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ଥିବା କୁହାଯାଉଛି I ତେଣୁ ଏମାନଙ୍କ ସଂଶ୍ପର୍ଶରେ ଆସିଥିବା ପ୍ରାୟ 40 ହଜାର ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି I ମାତ୍ର ଆମ ମନରେ ପ୍ରଶ୍ନ ଆସୁଛି, ନେଡି ଗୁଡ କହୁଣୀକୁ ବୋହିଯିବା ପରେ କାନ୍ଦିଲେ କଣ ହେବ I କରୋନାକୁ ବିଶ୍ବ ମହାମାରୀ ଭାବେ ହୁ ଘୋଷଣା କରିବା ପରେ ଭାରତ ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ବାସନା ଦେଉଛନ୍ତି I ନ ହେଲେ ଅବସ୍ଥା ଅଣାୟତ୍ତ ହୋଇଯାଇଥାନ୍ତା ବୋଲି କହୁଛନ୍ତି I କିନ୍ତୁ ଥରୁଟେ ଚିନ୍ତା କରୁନାହାଁନ୍ତି, ଯଦି ଦିଲ୍ଲୀ ନିଜାମୁଦ୍ଦିନ ତାବ୍ଲିଘ ଜମାତ ଇସଲାମ ସମ୍ମିଳନୀ ପାଇଁ ସରକାର ଅନୁମତି ଦେଇ ନଥାନ୍ତେ, ତାହେଲେ ଆମ ଦେଶରେ ସଂକ୍ରମଣ ଏତେ ବ୍ୟାପୀଥାନ୍ତା କି ? ଏଥିପାଇଁ କିଏ ଦାୟୀ ? ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଥିବା ବେଳେ ଏମିତି ସମ୍ମିଳନୀ ପାଇଁ କାହିଁକି ଅନୁମତି ଦିଆଗଲା, ଏପର୍ଯ୍ୟନ୍ତ ସରକାର ସ୍ପଷ୍ଟ କରୁନାହାଁନ୍ତି I କେବଳ ନିଜାମୁଦ୍ଦିନ ଲିଙ୍କ କଥା କହି ସରକାର ନିଜ ଦୋଷ ଲୁଚାଇବାରେ ଲାଗିଛନ୍ତି I

LEAVE A REPLY

Please enter your comment!
Please enter your name here