ଲୋକସଭା ଓ ରାଜ୍ୟସଭାର ସାଂସଦଙ୍କୁ ମିଶାଇଲେ ବି କଂଗ୍ରେସର ସାଂସଦଙ୍କ ସଂଖ୍ୟା ସଂସଦରେ ଶହେ ଛୁଉଁନି । ବିହାରରେ ନିର୍ବାଚନ ପ୍ରଚାର ସମୟରେ ଏଭଳି ତୁଳନାତ୍ମକ ପରିସଂଖ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର 9 ଜଣ ସାସଂଦ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏନଡିଏ ସାଂସଦଙ୍କ ସଂଖ୍ୟା 104ରେ ପହଞ୍ଚିଛି । ବିଲ୍ ଅନୁମୋଦନ ପାଇଁ ଏନଡିଏକୁ ମିତ୍ରଦଳ ଏଆଇଏଡିଏମକେ, ବିଜେଡି, ଟିଆରଏସ, ଓ୍ବାଇଏସଆର କଂଗ୍ରେସ ସାଂସଦଙ୍କ ସହାୟତା ନେବାକୁ ପଡୁଛି । କୌଣସି ପ୍ରସ୍ତାବ ଗୃହୀତ ପାଇଁ ଏବେ ରାଡ୍ୟସଭାରେ 121 ସାଂସଦଙ୍କ ସମର୍ଥନର ଆବଶ୍ୟକ ରହିଛି । ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ରାଜ୍ୟସଭାରେ ଦବଦବା ଥିବା କଂଗ୍ରେସ ସାଂସଦଙ୍କ ସଂଖ୍ୟା ଏବେ ମାତ୍ର 38 ରହିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସର ମୋଟ ସାଂସଦଙ୍କ ସଂଖ୍ୟା 89 ରହିଛି ।

LEAVE A REPLY

Please enter your comment!
Please enter your name here