ଅନୁଭବ-ବର୍ଷାଙ୍କ କଳି ସମାଧାନ ନହେଉଣୁ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କୁ ନେଇ ଥାନାକୁ ଯାଇଛନ୍ତି ଅଭିନେତା ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି । କଟକର ପୁରୀ ଘାଟ ଥାନାରେ କରିଥିବା ଅଭିଯୋଗରେ ଅନୁଭବଙ୍କ ମା କହିଛନ୍ତି, କଟକ ଚୌଧୁରୀ ବଜାର ନନ୍ଦି ସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର । କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଯିବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ । ମରାମତି ପାଇଁ ୧୦ ଦିନ ଲାଗିବ ବୋଲି ମିସ୍ତ୍ରୀ କହିଥିଲେ । ତେଣୁ ଏ ଘର ଛାଡି ବକ୍ସି ବଜାର ସ୍ଥିତ ତାଙ୍କ ବାପ ଘରକୁ ଯିବା ପାଇଁ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଛନ୍ତି । କିନ୍ତୁ କୌଣସି କାରଣ ନଦର୍ଶାଇ ବର୍ଷା ଘର ଛାଡୁନଥିବା ଅନୁଭବଙ୍କ ମା ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଉପରେ ବର୍ଷା ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ମରାମତି ବାହାନାରେ ଘରୁ ବାହାର କରିଦେବା ପାଇଁ ଯୋଜନାବଦ୍ଧ ଚକ୍ରାନ୍ତ କରାଯାଉଛି । ଶାଶୂଘର ଛଡା ଅନ୍ୟ କେଉଁଠି ରହିବା ସୁବିଧା ନାହିଁ । ତେଣୁ ଏଭଳି ସ୍ଥିତିରେ ତାଙ୍କର ସୁରକ୍ଷା ଉପରେ ପୋଲିସ ନଜର ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here