ଏଣିକି ହ୍ୱାଟସ ଆପ୍ ରେ ହେବ ଟଙ୍କା କାରବାର । ମେସେଜ ଭଳି ଆପଣ ପଠାଇପାରିବେ ଟଙ୍କା । କେମିତି? ତାହେଲେ ଦେଖନ୍ତୁ । ହ୍ୱାଟସଆପ୍ ରେ କେମିତି କରିବେ ପେମେଂଟ ସେଟଅପ୍ ?
ପ୍ରଥମେ ଆପଣ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ହ୍ୱାଟସଆପ ଆପ୍ ଅପଡେଟ୍ କରନ୍ତୁ । ହ୍ୱାଟସଆପ ଅନ କରି ସେଟିଙ୍ଗକୁ ଯାଆନ୍ତୁ । ସେଟିଙ୍ଗରେ ଆପଣ ପାଇବେ ପେମେଣ୍ଟ ଅପ୍ସନ । ପେମେଣ୍‌ଟ ସେକ୍ସନ ଯିବା ପରେ ଆପଣଙ୍କୁ ନ୍ୟୁ ପେମେଣ୍ଟ କିମ୍ବା ଆଡ୍ ନ୍ୟୁ ପେମେଣ୍ଟ ମେଥଡର ଅପ୍ସନ ମିଳିବ । ଆପଣଙ୍କୁ ଆଡ୍ ନ୍ୟୁ ମେଥଡ ଅପ୍ସନକୁ ସିଲେକ୍ଟ କରିବାକୁ ପଡିବ ।
ତୃତୀୟ ଷ୍ଟେପରେ ଆପଣ ଆଡ ନ୍ୟୁ ମେଥଡକୁ ଯାଇ ଆପଣଙ୍କ ବ୍ୟାଙ୍କ ସିଲେକ୍ଟ କରିବେ । ଏଥିରେ ଏମିତି ବ୍ୟାଙ୍କର ଲିଷ୍ଟ ଆସିବ । ବ୍ୟାଙ୍କକୁ ସିଲେକ୍ଟ କରିବା ପରେ ଆପଣଙ୍କ ଆକାଉଣ୍ଟକୁ ଭେରିଫାଏ କରାଯିବ । ଭେରିଫାଏ ଭାୟା ଏସଏମଏସ ଅପ୍ସନ ଆପଣଙ୍କୁ ମିଳିଯିବ ।
ମନେ ରଖିବେ ଆପଣଙ୍କ ହ୍ୱାଟସଆପ୍ ନମ୍ବର ଏବଂ ଆକାଉଣ୍ଟ ସହିତ ଲିଙ୍କ୍ ଥିବା ନମ୍ବର ଗୋଟିଏ ଥିବା ଦରକାର । ତା ହେଲେ ଆପଣଙ୍କ ଆକାଉଂଟ୍ ଭେରିଫିକେସନ ହୋଇପାରିବ ।
ଭେରିଫିକେସନ ହେବା ପରେ ଫିନିଶ ପେମେଣ୍ଟ ଉପରେ କ୍ଲିକ୍ କରିବାକୁ ହେବ । ଏବେ ଆପଣଙ୍କୁ ୟୁପିଆଇ ପିନ୍ ସେଟଅପ୍ କରିବା ପାଇଁ ଅପ୍ସନ ମିଳିବ । ସବୁ ପେମେଣ୍ଟ ପାଇଁ ଆପଣଙ୍କୁ ୟୁପିଆଇ ପିନ୍ ଏଂଟର କରିବା ଜରୁରୀ ।
ସେଟଅପ୍ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ହ୍ୱାଟସଆପରେ ଆପଣ ମେସେଜ ଭଳି ଟଙ୍କା ପଠାଇ ପାରିବେ । କଂଟାକ୍ଟ ଅପ୍ସନକୁ ଯାଇ ନା ସିଲେକ୍ଟ କରିବା ପରେ ଆଟାଚମେଂଟ ଅପ୍ସନ କ୍ଲିକ୍ କରିବେ ଏବଂ ପେମେଂଟ ଅପ୍ସନରେ ଟଙ୍କା ପରିମାଣ ଏଂଟର କରିବେ । ଖୁବ୍ ସହଜରେ ଏଥିରେ ଆପଣ ଟଙ୍କା କାରବାର କରିପାରିବେ ।
ବିଗତ ୩ ବର୍ଷ ତଳେ ହ୍ୱାର୍ଟସଆପ ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଥିଲା ବେଳେ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନସପିଆଇ) ଏବେ ଏହାକୁ ଅନୁମତି ଦେଇଛି । ଫେସବୁକ ଇଣ୍ଡିଆ ମୁଖ୍ୟ ଅଜିତ ମୋହନ କହିଛନ୍ତି, ଭାରତର ହ୍ୱାଟର୍ସ ପେମେଣ୍ଟ ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଣିକି ଏଥିରେ ଡିଜିଟାଲ ପେମେଣ୍ଟ ସମ୍ଭବ ହୋଇପାରିବ । ଯେଉଁଥିରେ ୧୦ଟି ଭାଷାରେ ଡିଜିଟାଲ ପେମେଣ୍ଟକରିବା ସୁବିଧା ରହିଛି । ଯଦି ଆପଣଙ୍କ ହ୍ୱାଟସଆପରେ ପୂର୍ବରୁ ପେମେଣ୍ଟ ଅପ୍ସନ ରହିଛି, ତେବେ ଆଜିଠାରୁ ଏହାକୁ ଆପଣ ବ୍ୟବହାର କରିପାରିବେ । ଯଦି ନାହିଁ ତେବେ ହ୍ୱାଟସଆପକୁ ଅପଡେଟ୍ କରିବା ପରେ ଆପଣ ପେମେଂଟ ଅପ୍ସନ ଦେଖିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କ ନିକଟରେ ଡେବିର୍ଟ କାର୍ଡ ରହିବା ଜରୁରୀ ।

LEAVE A REPLY

Please enter your comment!
Please enter your name here