ଭୁବନେଶ୍ୱର ମହାନଗର ନିଗମ ବିଏମସିରେ ଚାକିରୀ କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ । ଏହି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ଶରଣକୂଳ ଥାନାରୁ । ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶନୀ କହିଛନ୍ତି । ବିଏମସିରେ ଚାକିରୀ କରାଇଦେବା ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ୍ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲା । ପରେ ସାନ ଭାଇ ଏବଂ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରୀ କରାଇଦେବାକୁ କହି ସେମାନଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିଲା ଅଭିଜିତ୍ । ଏପରିକି ଡାକ ଜରିଆରେ ଜାଲ ନିଯୁକ୍ତି ପତ୍ର ମଧ୍ୟ ପଠାଇଥିଲା । କିଛିଦିନ ପରେ ମୋନାଲି ଜାଣପାରିଥିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଏହାପରେ ଅଭିଯୁକ୍ତକୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଅଭିଯୁକ୍ତ ନିଜେ ଶିକାର କରିଛି ସେ ନିଜେ ନିଯୁକ୍ତି ପତ୍ର ତିଆରି କରି ଏପରି ଜାଲିଆତି କରିଛି ।