କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେରୋଜଗାରୀ , ଜିଏସଟି, ମାଓ ଲଚିଂ ଓ ନୋଟବନ୍ଦୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି । ଜର୍ମାନୀର ହେମବର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଯୋଗ ଦେଇ କହିଛନ୍ତି ଯେ, ଦେଶରେ ବେରୋଜଗାରୀ ବଢିଚାଲିଥିବା ବେଳେ ନୋଟବନ୍ଦୀ ଭଳି ଭୁଲ୍ ନିଷ୍ପତ୍ତି ଯୋଗୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ଏବଂ ତାହା ମାଓ ଲଚିଂର ରୂପ ନେଉଛି ।
ରାହୁଲଙ୍କ ଏପରି ପ୍ରତିକ୍ରିୟାରେ କଡା ଜବାବ ଦେଇଛି ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ କରି କହିଛନ୍ତି ଯେ ରାହୁଲ ବିଦେଶରେ ଭାରତର ଉପହାସ କରିଛନ୍ତି । ୭୦ ବର୍ଷରେ ଆପଣଙ୍କ ପରିବାର ଦେଶକୁ କଣ ଭିଜନ ଦେଇଥିଲା ବୋଲି କଟାକ୍ଷ କରିଛନ୍ତି । ଆହୁରି ମଧ୍ୟ ସମ୍ବିତ କହିଛନ୍ତି ଯେ, ଆପଣ ସବୁବେଳେ ଚୀନ-ଚୀନ କୁହନ୍ତି , ଆପଣଙ୍କ ଦଳର ସିଦ୍ଧୁ ପାକିସ୍ତାନ ପାକିସ୍ତାନ କୁହନ୍ତି, ଆପଣଙ୍କ ଦଳରେ କେହି ହିନ୍ଦୁସ୍ତାନ ହିନ୍ଦୁସ୍ତାନ କରନ୍ତିକି ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here