ବୋରଓ୍ବେଲ ଭିତରେ ଗତ ପାଞ୍ଚଦିନ ଫସି ରହିଥିବା ରାହୁଲ ଶେଷରେ ଉଦ୍ଧାର ହୋଇଛି । ଏନଡିଆରଏଫ ଓ ସେନା ନେତୃତ୍ବରେ ମିଳିତ ଉଦ୍ଧାରକାରୀ ଦଳ ଗତ ପାଞ୍ଚଦିନ ଧରି ରେସକ୍ୟୁ ଅପରେସନକୁ ଏକ ମିଶନ ଭାବେ ଗ୍ରହଣ କରି ନେଇଥିଲେ । ଖୁ୍ବ୍ ସଂକୀର୍ଣ୍ଣ ଅଣଓସାରିଆ ବୋରଓ୍ବେଲ ଗାତ ଭିତରେ 80 ଫୁଟ ତଳୁ ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପାଞ୍ଚଦିନ ଧରି ଉଦ୍ୟମ କରି ଆସୁଥିଲା । ରାହୁଲର ସ୍ବାସ୍ଥ୍ୟବସ୍ଥା ସ୍ଥିର ରଖିବା ପାଇଁ ବୋରଓ୍ବେଲ ମଧ୍ୟକୁ ଓଆରଏସ ପାଣି, ଖାଦ୍ୟ ଦିଆଯାଇଥିଲା । ଗାତ ଭିତରୁ କ୍ୟାମେରା ମାଧ୍ୟମରେ ରାହୁଲ ଉପରେ ନଜର ରଖାଯାଇଥିଲା । ତେବେ ରାହୁଲକୁ ଉଦ୍ଧାର ପାଇଁ ବୋରଓ୍ବେଲ ନିକଟରେ ସମାନ୍ତରାଳ ଭାବେ ଆଉ ଏକ ବଡ ଗର୍ତ୍ତ ଖୋଳାଯାଇଥିଲା । କିନ୍ତୁ ପଥୁରିଆ ମାଟି ହୋଇଥିବାରୁ ମେସିନ ସାହାଯ୍ୟରେ ଖୋଳିବା ମଧ୍ୟ ସହଜ ନ ଥିଲା । ଦିନ ରାତି ଲଗାଇ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ସମାନ୍ତରାଳ ଗର୍ତ୍ତ ମଧ୍ୟରୁ ଏକ ଟନେଲ ଖୋଳି ଉଦ୍ଧାରକାରୀ ଦଳ ରାହୁଲ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ସୋମବାର ବିଳମ୍ବିତ ରାତିରେ ରାହୁଳକୁ ବୋରୱେଲ ଭିତରୁ ଅଣାଯିବା ପରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I ଜିଲ୍ଲାପାଳ ମିଶନ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି I

LEAVE A REPLY

Please enter your comment!
Please enter your name here