ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଏବେ ପାଟଣାଗଡ କୁସୁମପଡାରେ ଚାଞ୍ଚଲ୍ୟ ଖେଳିଯାଇଛି । କବାଟ ଖୋଲିଲା ପରେ ଜଣାପଡ଼ିଥିଲା ଘଟଣା ସମ୍ପର୍କରେ । ତେବେ କେଉଁ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡ଼ିନାହିଁ । କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ସୂଚନା ପାଇ ଘଟଣ ସ୍ଥଳରେ ପୋଲିସ ପହଞ୍ଚି ତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏମାନଙ୍କ ପରିବାରରେ ଅନେକ ସମୟରେ କଳହ ଲାଗେ । କିନ୍ତୁ କଳହ ପାଇଁ ଏମାନଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏବେ ଅସ୍ପଷ୍ଟ ।

LEAVE A REPLY

Please enter your comment!
Please enter your name here