ଯଦିଓ ନୀତୀଶ କୁମାର ଲଗାତାର ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି, ମାତ୍ର ସଂଖ୍ୟା ଦୃଷ୍ଟିରୁ ସେ ଶକ୍ତିଶାଳୀ ନୁହଁନ୍ତି । ପ୍ରଥମତଃ ଜେଡିୟୁ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳରେ ରହିଥିବାବେଳେ ବିଜେପି ସଂଖ୍ୟା ଦୃଷ୍ଟିରୁ ଆଗରେ ରହିଛି । ଏଥିସହିତ ନୀତୀଶଙ୍କ ମନ୍ତ୍ରୀ ମଣ୍ଡଳରେ ଏନଡିଏ ଦୁଇ ଉପ ମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରିଛି । ଯାହାକୁ ନେଇ ସନ୍ତୁଳନ ରକ୍ଷା କରିବା ନୀତୀଶଙ୍କ ନିମନ୍ତେ କଷ୍ଟକର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ମନ୍ତ୍ରୀଭାବେ ତାର କିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ତେବେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସହ ରେଣୁ ଦେବୀ ହେବେ ବିହାରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ । ଏମାନଙ୍କ ବ୍ୟତୀତ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ ଏବଂ ମେଓ୍ୱା ଲା ଚୌଧୁରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି) ର ମଙ୍ଗଳ ପାଣ୍ଡେ, ଅମରେନ୍ଦ୍ର ପ୍ରତାପ ସିଂହ ବିହାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ଶପଥ ଗ୍ରହଣ ସମାରୋହକୁ ବୟକଟ୍ କରିଛନ୍ତି । ଅପରପକ୍ଷରେ ଲଗାତାର ଚତୁର୍ଥ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନୂଆ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି

LEAVE A REPLY

Please enter your comment!
Please enter your name here