ଆଜିକା ଦିନରେ ସମସ୍ତେ ସ୍ଲିମ୍ ହେବାକୁ ଭଲ ପାଉଛନ୍ତି । ଜିରୋ ଫିଗର ପାଇଁ କିଏ କେତେ ପ୍ରକାର ଉପାୟ ଆପଣାଉଛନ୍ତି । ଆଉ ଯିଏ ଟିକେ ଫ୍ୟାଟ୍ ସେ ନିଜକୁ କେମିତି ସ୍ଲିମ୍ କରିବ । ସେଥିପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ ଅନେକ ସମୟରେ ପତଳା ହେବାକୁ ଚେଷ୍ଟା କରି ନାନାଦି ରୋଗର ଶୀକାର ହେବାର ସମ୍ଭାବନା ରହିଛି । ଆମେ ଆପଣଙ୍କୁ ଆଜି ଏମିତି ଏକ ଉପାୟ ବତାଇବୁ, ଯେଉଁଥିରେ ଆପଣ ପତଳା ତ ହେବେ, ତା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପାଶ୍ୱର୍ ପ୍ରଭାବ ମଧ୍ୟ ପଡିବ ନାହିଁ ।
ଆସନ୍ତୁ ଜାଣିବା, ପତଳା ହେବା ପାଇଁ ଆମକୁ କି ଉପଚାର କରିବାକୁ ହେବ । ଏହା ଏକ ପ୍ରାକୃତିକ ଉପଚାର । ସାଧାରଣତଃ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ସାଙ୍ଗରେ ଆମ ଶରୀର ଭିତରକୁ ଏମିତି କିଛି ବିଷାକ୍ତ ପଦାର୍ଥ ପ୍ରବେଶ କରିଥାଏ, ଯାହା ଆମ ଶରୀରକୁ ଅସ୍ୱାଭାବିକ ଭାବେ ମୋଟା କରିଦେଇଥାଏ । ସେଥିପାଇଁ ଆମ ରୋଷେଇରେ କାହିଁ କେଉଁ କାଳରୁ ରସୁଣର ବ୍ୟବହାର ହୋଇଆସୁଛି । ଆଜିକାଲି ଆମେ ରୋଷେଇରେ ସାଧାରଣତଃ ପ୍ୟାକେଟ ମସଲା ବ୍ୟବହାର କରୁଛୁ । ତେଣୁ ରୋଷେଇରେ ରସୁଣର ଗୁଣ କମି ଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସନ୍ତୁଳନ ରଖିବାକୁ ହେଲେ ସବୁଦିନ ସକାଳୁ ଖାଲିପେଟରେ ରସୁଣ ଖାଆନ୍ତୁ । ରସୁଣ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ ।
ରସୁଣରେ ଭରି ରହିଛି ଅନେକ ଔଷଧୀୟ ଗୁଣ । କେବଳ ରସୁଣ ଯେ ଆପଣଙ୍କ ମୋଟାପଣ କମାଇବ ତାହା ନୁହେଁ । ରସୁଣ ଖାଇବା ଦ୍ୱାରା ଥଣ୍ଡା କାଶ, ଉଚ୍ଚ ରକ୍ତଚାପ.ଦାନ୍ତ ଯନ୍ତ୍ରଣା , ହାର୍ଟଆଟାକ, କ୍ୟାନସର ,କୋଷ୍ଠ କାଠିନ୍ୟ, ଏବଂ ସଙ୍କ୍ରମଣ ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇଥାଏ । ସକାଳେ ଉଠି ୪ରୁ ୫ ପାଖୁଡା ରସୁଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଶୀତଦିନରେ ତ ରସୁଣ ଖାଇବା ଜରୁରୀ । ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏବଂ ଚର୍ମ ସମ୍ବନ୍ଧୀୟ ରୋଗକୁ ରକ୍ଷା କରିଥାଏ । ତାହେଲେ ପ୍ରତିଦିନ ଖାଆନ୍ତୁ ରସୁଣ । ଏବଂ ଦୂରେଇ ରଖନ୍ତୁ ଅନେକ ରୋଗ

LEAVE A REPLY

Please enter your comment!
Please enter your name here