ବ୍ରାଉନସୁଗାର ମୋହରେ ବିଏମସି କର୍ମଚାରୀ । ବେପାର କରୁଥିଲେ ମାଲାମାଲ ହେଉଥିଲେ । ଭୁବନେଶ୍ୱର ମହାନଗର ନିଗମ ଠିକା କର୍ମଚାରୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଏମସିର ଠିକା ପିଅନ ଦିଲୀପ ବେହେରାଙ୍କ ଠାରୁ ଜବତ ହୋଇଛି ୭.୫ ଗ୍ରାମ ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା । କେବଳ ବ୍ରାଉନସୁଗାର ନୁହେଁ ୪୨ ହଜାର ଟଙ୍କା , ୫ଟି ମୋବାଇଲ, ୪୦ ଗ୍ରାମ ସୁନା, କାର ମଧ୍ୟ ଜବତ କରିଛି ଲିଙ୍ଗରାଜ ପୋଲିସ । ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ଲିଙ୍ଗରାଜ ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here