ଲକଡାଉନ୍ ବଢିବ ନା କଟକଣା କୋହଳ କରାଯିବ । ଜିମ୍‌, ବସ୍ ଚଳାଚଳକୁ ଅନୁମତି ମିଳିବ କି? । ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଘୋଷଣା କରିପାରନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଂଶିକ ଲକଡାଉନ୍ ଅବଧିର ଆଜି ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ସରୁଛି ଲକଡାଉନ୍ କଟକଣା ଆଂଶିକ ଲକଡାଉନ୍ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ରହିବ, ଆଜି ହୋଇପାରେ ଘୋଷଣା ।
ରାଜ୍ୟରେ ଟେଷ୍ଟ ପଜିଟିଭିଟି ହାର ଧିରେ ଧିରେ ୩ ପ୍ରତିଶତ ତଳକୁ ଖସିଛି । ଏଭଳି ସ୍ଥିତିରେ ଆଉ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । କାଟାଗୋରୀ-ବିରୁ ଆଉ କିଛି ଜିଲ୍ଲାକୁ କାଟାଗୋରୀ-ଏକୁ ଅଣାଯାଇପାରେ । ଏ ନେଇ ପ୍ରଶାସନ ସ୍ତରରେ ବିଚାରବିମର୍ଶ ମଧ୍ୟ କରାଯାଇଛି । ସୂତ୍ର ଅନୁସାରେ ନୂଆ ଗାଇଡ୍ଲାଇନ୍ସରେ ୨୩ଟି ଜିଲ୍ଲାକୁ କାଟାଗୋରୀ-ଏ ଓ ୭ଟି ଜିଲ୍ଲାକୁ ବିରେ ରଖାଯାଇପାରେ । ସଂକ୍ରମଣ ଅଧିକ ରହୁଥିବାରୁ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ କାଟାଗୋରୀ-ବି ରେ ରହିପାରନ୍ତି ।

LEAVE A REPLY

Please enter your comment!
Please enter your name here