ବିଧାନସଭାରେ ‘ପରୀ’ ଝଡ । ‘ପରୀ’ ପ୍ରସଙ୍ଗ ଉଠାଇ ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ପରୀ ପ୍ରସଙ୍ଗ ଉଠାଇ ଗୃହରେ ହୋ ହଲ୍ଲା କରିଥିଲେ । ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କଲେ । ବିଧାନସଭାରେ ଆଜି ପରୀ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତି ୪ଟି ଦିଗରୁ ଉତ୍ତର ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ହେଲେ ମନ୍ତ୍ରୀ କେବଳ ଗୋଟିଏ ବିଷୟରେ କହି ଆଉ ୩ଟି ନେଇ କହିନଥିଲେ । ଅଭିଯୋଗ ଆସିଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପର୍କରେ ମଧ୍ୟ କିଛି କହିନଥିଲେ । ଦାବିଥିଲା ହାଇକୋର୍ଟ ତତ୍ତ୍ୱାବଧାନରେ ଏସଆଇଟି ଓ ମନ୍ତ୍ରୀଙ୍କ ଇସ୍ତଫା । ଏହାକୁ ନେଇ ଗୃହରେ ହୋ ହଲ୍ଲା ହୋଇଥିଲା । ସେହିପରି ଗୃହରେ ‘ପରୀ’ପ୍ରସଙ୍ଗ ଉଠାଇ ଗର୍ଜିଥିଲେ ବିରୋଧୀ ଦଳ ନେତା । ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି କହି ଅଭିଯୋଗ କରିଥିଲେ ପ୍ରଦୀପ୍ତ ନାଏକ । କାହିଁକି ପରୀ ଘଟଣାକୁ ବିଧାୟକ ସୌମ୍ୟ ପଟ୍ଟନାୟକ ଛୋଟ ଘଟଣା କହିଲେ ସେ ପ୍ରସଙ୍ଗ ମଧ୍ୟ ଉଠାଇ ଗର୍ଜିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କହିଥିଲେ ଆମର ଦାବି ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ

LEAVE A REPLY

Please enter your comment!
Please enter your name here