ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍ । ନିଜେ ସ୍ତ୍ରୀ ହିଁ କରିଥିଲା ମର୍ଡର ପ୍ଲାନ୍ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣି ନିକଟସ୍ଥ ଜଙ୍ଗଲରୁ ସୁଟକେସରୁ ମୃତଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ଲିଲି ଦାସ ମୁଖ୍ୟ ଅଭିଯୁକ୍ତ । ସ୍ବାମୀଙ୍କ ନିର୍ଯାତନା ଦିନକୁ ଦିନ ବଢି ଚାଲିଥିଲା । ନିର୍ଯାତନା ଅସହ୍ୟ ହେବାରୁ ସ୍ବାମୀଙ୍କୁ ସବୁଦିନ ପାଇଁ ବାଟରୁ ହଟାଇବାକୁ ଯୋଜନା କରିଥିଲେ ସେ । ହତ୍ୟାର ଦିନକ ପୂର୍ବରୁ ଟାଙ୍ଗୀ ବଜାରରୁ ସୁଟକେସ୍ କିଣିଥିଲେ । ସୁଟକେସ୍ ପୋଲିସକୁ ଦେଇଥିଲା ସୁରାକ । ଯେଉଁ ଦୋକାନକୁ ସୁଟକେସ୍ କିଣିଥିଲେ । ସେଠାକାର ସିସିଟିଭିରୁ ମିଳିଥିଲା ସୂଚନା । ସହଯୋଗୀକୁ ଚିହ୍ନଟ କରିଥିଲା ପୋଲିସ । ସହଯୋଗୀକୁ ପଚରାଉଚରାବେଳେ ଖୋଲିଥିଲା ହତ୍ୟାକାଣ୍ଡର ଗୁମର । ଲିଲି ଦାସଙ୍କ ସହ ସମ୍ପର୍କୀୟ ଭାଇ ଓ ସହଯୋଗୀଙ୍କୁ ବି ଗିରଫ କରାଯାଇଛି । ଗତକାଲି ନାଚଣୀ ଥାନା ହରିପୁର ଜଙ୍ଗଲରୁ ଟ୍ରଲି ବ୍ୟାଗ ଭିତରୁ ଉଦ୍ଧାର ହୋଇଥିଲା ମନୋରଞ୍ଜନଙ୍କ ମୃତଦେହ ।

LEAVE A REPLY

Please enter your comment!
Please enter your name here