ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟକାନ୍ତ ପାଠକଙ୍କ ସମୁଦି ହେବାକୁ ପ୍ରସ୍ତୁତ ହେଉଥିବା ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବିଜେଡି ସଭାପତି ଦଳରୁ ବହିଷ୍କୃତ କରିଛନ୍ତି ।
କିଛିଦିନ ହେବ ଆଇଏଫଏସ୍ ଅଫସିର ଅଭୟ ପାଠକଙ୍କ ଅମାପ ସଂପତ୍ତିର ଗୁମର ଖୋଳୁ ଖୋଳୁ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କ ଥିବା ସୂଚନା ମିଳିଥିଲା । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । କୁହାଯାଉଛି ଏହି ଅଭିଯୋଗ ଆଧାରରେ ତାଙ୍କୁ ବିଜେଡି ସୁପ୍ରିମୋ ନିବୀନ ପଟ୍ଟନାୟକ ଦଳରୁ ବିଦା କରିଥାଇପାରନ୍ତି । ପ୍ରଦୀପ ପାଣିଗ୍ରାହୀ ନିଲମ୍ବିତ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଜ୍ୱାଇଁ କରିବା ନେଇ ବି କିଛି ସ୍ପଷ୍ଟ ଚିତ୍ର ମଧ୍ୟ ପଦାକୁ ଆସିଥିଲା । ବାହାଘର ପାଇଁ ପ୍ୟାଲେସ ରେଡ୍ଡୀ ଥିଲା । କାର୍ଡ ବି ଛପା ସରିଥିଲା । ହେଲେ ଭିଜିଲାନ୍ସ ଜାଲରେ ବାପ-ପୁଅ ପଡିଯାଇଥିଲେ ।
ଅନ୍ୟପଟେ ଆକାଶ ଗୋପାଳପୁର ଠାରେ ଟାଟା କମ୍ପାନୀ ନାମରେ ଏକ ଫେକ୍ କାର‌୍ୟ୍ୟାଳୟ ଖୋଲି କିଛି ଯୁବକଙ୍କୁ ସେଠାରେ ନିଯୁକ୍ତି ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଟଙ୍କା ଦେଇଥିବା ଲୋକମାନଙ୍କୁ ଜାଲ ନିଯୁକ୍ତିପତ୍ର ଦିଆଯାଇଥିବା ନେଇ ବି ଅଭିଯୋଗ ହୋଇଥିଲା । ଏହି କଳାକାରନାମାରେ ପ୍ରଦୀପଙ୍କ ସଂପୃକ୍ତି ଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏହି ଅଭିଯୋଗ ଆଧାରରେ ଦଳ ତାଙ୍କୁ ନିଲମ୍ବିତ କରିଥାଇ ପାରେ । ହେଲେ ନିଲମ୍ବିତ କାହିଁକି କରାଗଲା ତାହାର କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ଅନ୍ୟପଟେ ନିଲମ୍ବନ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here