ପବିତ୍ର ସ୍ନାନ ପୂର୍ଣ୍ଣମୀ । ରତ୍ନ ବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୁରତୀ । ୨ ବର୍ଷ ପରେ ଆଜି କାଳିଆ ଆଖିରେ ଆଖି ମିଶାଇ ଭାବ ବିହ୍ୱଳ ହେଉଛି ଭକ୍ତ । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୁରତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଦର୍ଶନ ଦେଉଛନ୍ତି । ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

LEAVE A REPLY

Please enter your comment!
Please enter your name here