ଏକାମ୍ରକ୍ଷେତ୍ର ଉନ୍ନୟନ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି ପାଣ୍ଡିଆନ ସକାଳୁ ସକାଳୁ ଲିଙ୍ଗରାଜ ଗସ୍ତ କରି ବରିଷ୍ଠ ଅଧିକାରୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନିତ କରିବା ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଖୁବଶୀଘ୍ର ବିକଳ୍ପ ରାସ୍ତାର ଉନ୍ନତିକରଣ ସହିତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଗସ୍ତ ସମୟରେ ବଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ପରିଦର୍ଶନ କରି ଏକାମ୍ରକ୍ଷେତ୍ର ପକଳ୍ପର ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here