ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀମେଳା ଆରମ୍ଭ ହେବ । ମେଳାରେ ଆଦିବାସୀ ଲୋକକଳା, ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିବ । ସଂଧ୍ୟାରେ ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ୧୦ ଦିନ ଧରି ଚାଲିବ ମେଳା । ମେଳାରେ ରହିଛି ୧୦୦ଟି ଷ୍ଟଲ । ଆଦିବାସୀ ଶିଳ୍ପୀଙ୍କ ନୃତ୍ୟ କଳାରେ ଝଲସିବ ପଡିଆ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି ।

LEAVE A REPLY

Please enter your comment!
Please enter your name here