ଜିରୋ ନାଇଟ୍ ପାଳନକୁ ରାଜ୍ୟ ସରକାର ବାରଣ କରିଥିବା ବେଳେ ଆଜି ରାତିରେ କର୍ଫ୍ୟୁ ଜାରି କରିଛନ୍ତି ସରକାର । ରାତି ଦଶଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତେବେ ନାଇଟ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । କରୋନା ସ୍ଥିତିକୁ ଦେଖି ସରକାର ଏହି କଟକଣା ଜାରି କରିଛନ୍ତି । ଯଦିଓ ରାଜ୍ୟ ସରକାର ଜିରୋ ନାଇଟ ପାଳନ ଉପରେ କଟକଣା ଜାରି କରଥିଲେ, ତଥାପି ନୂଆବର୍ଷ ପାଳନ ପାଇଁ ଲୋକଙ୍କ ସମାବେଶ ଉପରେ କଟକଣା ଜାରି କରିବା ପାଇଁ ସରକାର କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here