ରାଜ୍ୟ ସରକାର ଜାନୁଆରୀ 2021 ପାଇଁ କରୋନା ନିୟମ ଜାରି କରିଛନ୍ତି । ଏହି ନୂଆ ନିୟମରେ ସିନେମା ହଲ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିପାରିବ । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଓ ଥିଏଟର ମଧ୍ୟ ଖୋଲିପାରିବ । ଇଣ୍ଡୋର ଷ୍ଟାଡିଅମରେ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ମନୋରଂଜନ କାର୍ଯ୍ୟକ୍ରମ କରାଯାଇପାରିବ । ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନରେ ଏସବୁ ଅନୁଷ୍ଠାନ ଖୋଲିଲେ ମଧ୍ୟ କୋଭିଡ ନିୟମ ପାଳନରେ ଯେପରି ଖିଲାଫ ନ ହେବ, ତାହା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ବାହାଘରରେ ଦୁଇଶହ ଏବଂ ଶ୍ରାଦ୍ଧକ୍ରିୟାରେ ଶହେ ଲୋକଙ୍କ ଉପସ୍ଥିତିକୁ ଅନୁମତି ଦେଇଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here