ପ୍ରଥମେ ‘ମୋ ବସ୍‌’ ପରେ ‘ମୋ ସାଇକେଲ’ଆଉ ଏବେ ‘ମୋ ଖତ’ । ଭୁବନେଶ୍ୱର ରାଜମହଲରେ ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମର ପରିମଳରୁ ‘ମୋ ଖତ’ ପ୍ରସ୍ତୂତ ହେଉଛି । ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ । ୫ କିଲୋ ଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମସି । ସେହିପରି ୨୦ କିଲୋଗ୍ରାମ ପାଇଁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାଛଡା ଅନଲାଇନରେ ବି ଖତ ମିଳିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here