ବୌଦ୍ଧରେ ଲଜ୍ଜା । ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ନିର୍ଭୟା ଘଟଣାର ୪ ଅଭିଯୁକ୍ତଙ୍କୁ ଉଚ୍ଚତମ ନ୍ୟାୟଳୟ ଦ୍ୱାରା ଫାସି ଦଣ୍ଡାଦେଶ ପାଇଁ ଦିନ ଧାର‌୍ୟ୍ୟ ହେବାର ଦୁଇଦିନ ନ ଯାଉଣୁ ପୁଣି ଏକ ଗଣ ଦୁଷ୍କର୍ମ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲିକପଡା ପଂଚାୟତ ଅଚଂଳରେ । ନାବାଳିକା ଜଣକ ଗାଁ ନିକଟରେ ଥିବା ଏକ ନାଳରେ ଗାଧୋଉଥିବାବେଳେ ୨ ଜଣ ଯୁବକ ବଳପୁର୍ବକୁ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିବା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଡୀତା । ତେବେ ଘଟଣାଟି ଗତ ୫ ତାରିଖ ଦିନ ଘଟିଥିବାବେଳେ ଗତ କାଲି ହରଭଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ପିଡିତା ନାବାଳିକା ଙ୍କ ଅଭିଯୋଗ ମୁତାବକ ଭାପୁର ଗ୍ରାମର ଅଲେଖ ଦିଗାଲ ଓ ହାତୀଗଡ ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଦୁଇ ଯୁବକ ଙ୍କୁ ପଚରାଉଚରା କରିବା ସହିତ ଆଜି ଦୁଇ ଅଭିଯୁକ୍ତ ଙ୍କୁ ଡାକ୍ତରୀମାଇନା ପରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରିଛି ହରଭଙ୍ଗା ପୋଲିସ । ଅନ୍ୟପଟେ ଦୁଇ ଅଭିଯୁକ୍ତ ଅଲେଖ ଓ ସନ୍ତୋଷ ଦୁହେଁ ନିର୍ଦ୍ଦୋଶ ବୋଲି କହିବା ସହିତ ଆମକୁ ଷଡଯନ୍ତ୍ର କରି ଫସାଇ ଦିଆଯାଇଥିବା କ୍ୟାମେରା ଆଗରେ ସଫେଇ ଦେଇଛନ୍ତି । ଘଟଣାର ତଦନ୍ତ କରି ଉପଯୁକ୍ତ ଦୋଷୀଙ୍କୁ ବାହାର କରି ଦଣ୍ଡ ଦେବାକୁ ଦାବି ହୋଇଛି । ଅନ୍ୟପଟେ ପିଡିତାଙ୍କ ପରିବାର ଲୋକେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here