ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଜ ସମ୍ପତ୍ତି ତାଲିକା । ମାର୍ଚ୍ଚ ୩୧ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଜମା ବାବଦରେ ରହିଛି ୧୩ କୋଟି ୧ ଲକ୍ଷ ୬ ହଜାର ୧୧ ଟଙ୍କା । ଦିଲ୍ଲୀ , ଭୁବନେଶ୍ୱର , ହିଞ୍ଜିଳିକାଟୁ ଏବଂ ବରଗଡ ପଦ୍ମପୁରର ସାତୋଟି ବ୍ୟାଙ୍କରେ ଏହି ଜମା ରଖିଛନ୍ତି ନବୀନ । ଏହା ମଧ୍ୟରେ ହିଞ୍ଜିଳିକାଟୁ ଏବଂ ପଦ୍ମପୁର ଏସବିଆଇ ବ୍ରାଞ୍ଚରେ ୨୦୧୯ ସାଧାରଣ ନିର୍ବାଚନବେଳେ ନବୀନଙ୍କ ଆକାଉଣ୍ଟ ଖୋଲାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ଜମା ରହିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନା ଅଳଙ୍କାର । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି ୧୯୮୦ ମଡେଲର ଆମ୍ବାସାଡାର କାର୍ । କାର୍‌ର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା
ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ଫରିଦାବାଦ୍ ତିକ୍ରିକେରା ଜମି ଓ କୋଠା । ଯାହାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା । ସେହିପରି ନବୀନ ନିବାସରେ ଦୁଇ ତୃତୀୟାଂଶ ସେୟାର । ନୀବନ ନିବାସର ସେୟାର ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଏବଂ ନୂଆଦିଲ୍ଲୀରେ ଥିବା ସମ୍ପତ୍ତିର ୫୦ ପ୍ରତିଶତ ସେୟାର ବି ରହିଛି । ଗତବର୍ଷ ଠାରୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ମଧ୍ୟ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି ।
ଅରୁଣ ସାହୁ- ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା
ଅଶୋକ ପଣ୍ଡା- ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା
ତୁଷାରକାନ୍ତି ବେହେରା- ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା
ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା
ସୁଦାମ ମାରାଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ ଟଙ୍କା
ଦିବ୍ୟଶଙ୍କର ମିଶ୍ର- ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା
ନିରଞ୍ଜନ ପୂଜାରୀ- ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା
ପ୍ରତାପ ଜେନା- ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା

LEAVE A REPLY

Please enter your comment!
Please enter your name here