ସମସ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଦୀର୍ଘ ୯ମାସ ପରେ ଯଦିଓ ଶ୍ରୀମନ୍ଦିର ଖୋଲିଥିଲା । ତଥାପି କାଳିଆକୁ ଟିକେ ଦେଖିବାକୁ କଟକଣା ଜାରି କରାଯାଇଥିଲା । ଦର୍ଶନ ପାଇଁ ଜରୁରୀ ଥିଲା କୋଭିଡ ନେଗେଟିଭ୍ ରିପୋର୍ଟ । ଇଛା ଥିଲେ ବି କାଳିଆ ଦୁଆରୁ ମୁଣ୍ଡିଆ ମାରି ଚାଲିଆସୁଥିଲେ ଭକ୍ତ । ନେକ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଜି ବସିଥିଲା ବୈଠକ । ବୈଠକରେ ନିଷ୍ପତ୍ତି ହୋଇଥିଲା ଜାନୁଆରୀ ୨୧ରୁ ହଟିବ କୋଭିଡ ନେଗେଟିଭ ରିପୋର୍ଟ ନିୟମ । ୨୧ ପରେ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଅନୁମତି । ୨୧ ତାରିଖ ଠାରୁ ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ । ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିପାରିବେ । ଅନ୍ୟ ସମୟରେ ପୁରୀ ସହରବାସୀ ଦର୍ଶନ ଚାହିଁଲେ ଧାଡିରେ ଆସିବେ । ଏ ସମସ୍ତ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏ ଲାଗୁ । ପୂର୍ବଭଳି ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ଅନୁମତି ନାହିଁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ । ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ସୂଚନା । ବୃଦ୍ଧ ବୃଦ୍ଧାଙ୍କ ଦର୍ଶନ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା ସେମାନଙ୍କ ପାଇଁ କରାଯିବ ।

LEAVE A REPLY

Please enter your comment!
Please enter your name here