ଦିନ ଥିଲା କଳାହାଣ୍ଡି ଭୋକର ଭୁଗୋଳ ଭାବେ ପରିଚିତ ଥିଲା । ଆଜି କିନ୍ତୁ ଭୋକର ଭୁଗୋଳ, ଭାତହାଣ୍ଡିରେ ପରିଣତ ହୋଇଛି । କଲାହାଣ୍ଡି ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କୋଭିଡ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ । ସମାବେଶକୁ ଉଦବୋଧନ ଦେଇ ନବୀନ କହିଥିଲେ, ସରକାରଙ୍କ ଉଦ୍ୟମରେ କଳାହାଣ୍ଡି ଆଜି ସମଗ୍ର ଦେଶରେ ବିକାଶର ମଡେଲ ହୋଇପାରିଛି । ଇନ୍ଦ୍ପାବତୀ ନଦୀକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ, ପାର୍କ ଓ ମା ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ବୋଲି ସେ ବକ୍ତବ୍ୟରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here