ଉତ୍ତରାଖଣ୍ଡରେ ନିର୍ମାଣାଧୀନ ଟନେଲ ଭୁଷୁଡିପଡିବା ଯୋଗୁ ଟନେଲ ଭିତରେ ଗତ ପାଞ୍ଚଦିନ ଧରି ଫସି ରହିଛନ୍ତି 40 ଜଣ ଶ୍ରମିକ । ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ଖାଦ୍ୟ ଓ ଅକ୍ସିଜେନ ଯଦିଓ ପଠାଯାଉଛି, ମାତ୍ର ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଜି ଆମେରିକା ଅଗର ଡ୍ରିଲ ମେସିନ ଟନେଲ ନିକଟରେ ପହଞ୍ଚିବା ପରେ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ଆମେରିକୀୟ ମେସିନ ପଥରଖଣ୍ଡ କାଟିବା ଆରମ୍ଭ କରିଛି । ପ୍ରାୟ 70 ମିଟର ପର୍ଯ୍ୟନ୍ତ ପଥର ଖଣ୍ଡ କାଟିବା ଦରକାର ଥିବା ବେଳେ ମେସିନ ଘଣ୍ଟାକୁ ପାଞ୍ଚ ମିଟର ପର୍ଯ୍ୟନ୍ତ କାଟିବା ସମ୍ଭବ ହେଉଛି । ଆଶା କରାଯାଉଛି 15 ରୁ 20 ଘଣ୍ଟା ଭିତରେ ମେସିନ ଦ୍ବାରା ପଥର କଟା ପ୍ରକ୍ରିୟା ସରିବ ଏବଂ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିବ । ଟନେଲର ଉପର ପଟରୁ ମେସିନ ଦ୍ବାରା ପଥର କଟା ଯାଉଥିବା ବେଳେ ଉପରୁ 3 ଫୁଟ ଗୋଲେଇର ଏକ ଗର୍ତ୍ତ କରାଯାଇ ଟନେଲ ମଧ୍ୟକୁ ସଂଯୋଗ କରିବାକୁ ଯୋଜନା କରାଯାଇଛି । ଆବଶ୍ୟକ ସ୍ଥଲେ ଆହତ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ଅଣାଯାଇପାରିବ ବୋଲି ଏନଡିଆରଏଫ ମୁଖ୍ୟ ଅତୁଲ କରଓ୍ୱାଲ ସୂଚନା ଦେଇଛନ୍ତି । ଗତ ରବିବାର ଠାରୁ ଟନେଲ ଭିତରେ 40 ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ଚାରିଜଣ ଓଡିଆ ଶ୍ରମିକ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here