କଲେଜ ଆଡମିସନ ନାଁରେ ଯୁବତୀଙ୍କ ସହ ପରିଚିତ ହେଲା । ତା ପରେ ଥଣ୍ଡା ପାନୀୟରେ ନିଶା ମିଶାଇ ଦୁଷ୍କର୍ମ । ଆଉ ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରି ଯୁବତୀଙ୍କୁ ବ୍ଲାକମେଲ୍ କରିଥିଲା ଯୁବକ । ଦୁଷ୍କର୍ମ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଯୁବକ । ଆସିକା ଅଞ୍ଚଳରେ ଘଟିଛି ଏହି ଘଟଣା । ମାତ୍ର ଯୁବତୀ ଆପତ୍ତି କରିବାରୁ ଯୁବକ ଜଣକ ଯୁବତୀଙ୍କ ବାପା ଓ ଭାଇଙ୍କ ପାଖକୁ ଭିଡିଓ ପଠାଇ ଦେଇଥିଲେ । ଯୁବକଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଯୁବତୀ ଶେଷରେ ଆସିକା ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ଆସିକା ପୋଲିସ ଅଭିଯୁକ୍ତ କୈଳାସ ସାହୁକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here