ଉତ୍ତର ଆମେରିକାର ମେକ୍ସିକୋରେ ଥିବା ଏକ ସହରରେ ସର୍ବସାଧାରଣ ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଛି । ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଓଦଲାଜରା ଏମିତି ନିୟମ ତିଆରି କରିବାରେ ପ୍ରଥମ ସହର ବୋଲି କୁହାଯାଉଛି । ପ୍ରଶାସନର କହିବା କଥା ହେଲା, ଏଠାରେ ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ସେମାନଙ୍କୁ ପୋଲିସ ହଇରାଣ କରିବା ସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରୁଥିଲା । ତେଣୁ ପୋଲିସର ଏହି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେଠାକାର ପ୍ରଶାସନ ଏପରି ନିୟମ ଲାଗୁ କରିଛି । ଯେପର୍ଯ୍ୟନ୍ତ ଏହାକୁ ନେଇ ସାଧାରଣ ଜନତା ଅଭିଯୋଗ ନ କରିଛନ୍ତି ସେ ପର୍ଯ୍ୟନ୍ତ ପୋଲିସ ଏ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବ ନାହିଁ । ତେବେ ସର୍ବସାଧାରଣ ସ୍ଥାନ, ଖାଲି ସ୍ଥାନ ଓ କାର୍ ମଧ୍ୟରେ ଜଣେ ଚାହିଁଲେ ଶାରୀରିକ ସମ୍ପର୍କ ରଖିପାରିବ । ସାଧାରଣତଃ ୟୁନିଭର୍ସିଟି ଛାତ୍ରଛାତ୍ରୀମାନେ ଖୋଲାରେ ଯୌନ ସମ୍ପର୍କ ସ୍ଥାପନ କରି ବାକୁ ଚାହୁଁଥିଲେ ମଧ୍ୟ ପୋଲିସ ସେମାନଙ୍କୁ ହଇରାଣ କରୁଥିଲା । ଏହାକୁ ବିଚାରକୁ ନେଇ ପ୍ରଶାସନ ଏଭଳି ନୂଆ ନିୟମ ଲାଗୁ କରିଛି ।