କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବିଜେଡ଼ି ବିଧାନସଭା ପ୍ରାର୍ଥୀଙ୍କ କାର୍‌ରୁ ନଗଦ ଟଙ୍କା ଜବତ କରାଯାଇଛି । ଜୟପାଟଣା ନିକଟରୁ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଫ୍ଲାଇଂ ସ୍କ୍ୱାର୍ଡ ଜବତ କରିଛି । ଆଜି ଜୟପାଟଣାରେ ଫ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ କରୁଥିଲା । ଏହି ସମୟରେ ପ୍ରଦୀପ ଦିଶାରୀ ତାଙ୍କର ସହଯୋଗୀଙ୍କ ସହିତ ଏକ ଇନୋଭା କାର୍‌ରେ ଯାଉଥିଲେ । ପୋଲିସ ତାଙ୍କ ଗାଡ଼ିକୁ ଅଟକାଇ ୪ଟି ପାଞ୍ଚ ଶହ ଟଙ୍କିଆ ବିଡ଼ା ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ସେହି କାର୍‌ରେ ପ୍ରଦୀପଙ୍କ ସହିତ ତାଙ୍କର ୪ ଜଣ ସହଯୋଗୀ ମଧ୍ୟ ବସିଥିଲେ । ନିର୍ବାଚନ ପାଇଁ ଟଙ୍କା ନିଆଯାଉଥିବା ସନ୍ଦେହ କରାଯାଉଛି । ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here