ଟିକା ଦେଲା ଟେନସନ । ସମଗ୍ର ଦେଶରେ ଦିତ୍ୱୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଳେ ଟିକାକୁ ନେଇ ଆସୁଛି ସାଂଘାତିକ ତଥ୍ୟ । ଟିକା ନେଇ ଉତ୍ତରପ୍ରଦେଶ ମୁରାଦାବାଦରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ୪୮ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ ମହିପାଲ ସିଂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମହିପାଲ ମୁରାଦାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୱାର୍ଡ ବୟ ଭାବେ କାର୍ଯ୍ୟ କରୁଥିଲେ । ଆଗରୁ ସେ କରୋନାରେ ସଙ୍କ୍ରମିତ ହୋଇନଥିଲେ । ତଥାପି ଗତ ୧୬ ତାରିଖରେ ଟିକାକରଣ ଅଭିଯାନରେ ସାମିଲ ହୋଇ ସେ ଟିକା ନେଇଥିଲେ । ଗତକାଲି ସଂଧ୍ୟାରେ ଘରେ ଥିବାବେଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କରୋନା ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିବା ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସାରା ଦେଶରେ ପ୍ରଥମ ଦିନରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪୪୭ ଜଣଙ୍କ କ୍ଷେତ୍ରରେ ପାଶ୍ୱ ପ୍ରତିକ୍ରୀୟା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here