ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱୀତୀୟ ବର୍ଷର ଛାତ୍ରୀ ଝରାଫୁଲ ନାଏକ । ଗତ ୨୪ରେ ସେ ମୟୂରଭଞ୍ଜ ଯଶୀପୁର ଅଞ୍ଚଳରୁ ଭୁବନେଶ୍ୱର ଫେରିଥିଲେ । କିନ୍ତୁ ଆଜି ଯାଜପୁର କୂଆଖିଆ ମୂଳାପାଳ ଛକ ନିକଟ ରାସ୍ତାକଡରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ତେବେ ସବୁଠୁ ବଡ କଥା ହେଲା ଦୁଇ ଜଣ ଯୁବକ ଛାତ୍ରୀଙ୍କ ମୃତଦେହ ଆଣି ଏଠାରେ ଫିଙ୍ଗିଦେଇଥିବା ସିସିଟିଭିରେ କଏଦ ହୋଇଛି । ଏବଂ ପାଖ ଲୋକ ମଧ୍ୟ ଦେଖିଛନ୍ତି । ଗତକାଲି ସକାଳ ୬ଟା ୫୦ରେ ପରିବାର ପକ୍ଷରୁ ଫୋନ ଉଠାଇବାକୁ ଛାତ୍ରୀଙ୍କୁ ମେସେଜ ଦିଆଯାଇଥିଲା । ରାତି ୧୨ଟା ୩୫ରେ ଛାତ୍ରୀ ଜଣକ ମେସେଜର ଉତ୍ତର ରଖିଥିଲେ । ସେ ଠିକ୍ ଥିବା ସହ ଜଣେ ସାଙ୍ଗ ଘରେ ଥିବା ମଧ୍ୟ ଜଣାଇଥିଲେ । ସକାଳ ୬ଟାରେ ପରିବାର ପକ୍ଷରୁ ପୁଣି ଛାତ୍ରୀଙ୍କୁ ହ୍ୱାଟର୍ସଆପରେ ମେସେଜ ଦିଆଯାଇଥିଲା । ଫୋନ କାହଁକି ଉଠାଉନୁ ବୋଲି ପରିବାର ପକ୍ଷରୁ ମେସେଜ୍ ଦିଆଯାଇଥିଲା । କିନ୍ତୁ ଏହି ମେସେଜର ଆଉ କିଛି ଉତ୍ତର ଦେଇନଥିଲେ ଝରାଫୁଲ ।

LEAVE A REPLY

Please enter your comment!
Please enter your name here