ଯାଆଁଳା ଫାଣ୍ଡି ପରିସରରୁ ଜବତ ଗାଡି ଭିତରୁ ମିଳିଥିବା ନର କଙ୍କାଳର ସ୍କେଚ ଜାରି କରିଛି ପୋଲିସ । ବେଙ୍ଗାଲୁରର ଏକ କଂପାନୀ ଏହି ସ୍କେଚ୍ ପ୍ରସ୍ତୁତ କରିଛି । ଯଦିଓ ସ୍କେଚ୍ ମହିଳାଙ୍କ ଚେହେରା ସହ ସଂପୂର୍ଣ୍ଣ ମ୍ୟାଚ କରିବନି, କିନ୍ତୁ ଏହି ସ୍କେଚ୍ କିଛି ସୁରାକ୍ ଦେବ ବୋଲି ଆଶା କରିଛି କମିଶନରେଟ୍ ପୋଲିସ । ମିଳିଥିବା କଙ୍କାଳ କାହାର, ଏପର୍ଯ୍ୟନ୍ତ ତାହା ଚିହ୍ନଟ ହୋଇପାରିନି । ତେବେ କଙ୍କାଳକୁ ନେଇ ଯାହା ଡାକ୍ତରୀ ରିପୋର୍ଟ ଆସିଛି, ସେହି ରିପୋର୍ଟ ଅନୁସାରେ ମୃତ ମହିଳାଙ୍କ ଉଚ୍ଚତା 164 ସେମି ଏବଂ ତାଙ୍କର ବୟସ 35 ରୁ 45 ଭିତରେ ହେବ । ସେ ମୃତ୍ୟୁ ପୂର୍ବରୁ ଯକ୍ଷ୍ମା ଆକ୍ରାନ୍ତ ଥିଲେ । କଙ୍କାଳ ମିଳିବାର 3 ରୁ 6 ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ସେହି ସମୟ ଭିତରେ କେହି ମହିଳା ନିଖୋଜ ହୋଇଥିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here