ପୁଣିଥରେ ଚମକିଲେ ଓଡିଆ ବୋହୂ । ସୁନ୍ଦରଗଡ କାଂଶବାହାଲର ବୋହୂ ନବଦୀପ କୌର ହୋଇଛନ୍ତି ଚଳିତ ବର୍ଷର ମିସେସ ଇଣ୍ଡିଆ । ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ । ଗତ ଅକ୍ଟୋବରରୁ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନରେ ଭାଗନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ ପିନ୍ଧାଇ ବିଜେତା ଘୋଷିତ କରାଯାଇଛି । ଝିଅ ହେଉ କି ବୋହୂ କେବଳ ଚାରିକାନ୍ଥ ଭିତରେ ରହିବାକଥା ନୁହେଁ ବଂର ନିଜ ପ୍ରତିଭାକୁ ଆଗକୁ ଆଣିବାକୁ ପଡିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here