2018 ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ଆଧୁନିକରଣ ନେଇ ତତ୍ପର ହୋଇଉଠିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ । ଭୁବନେଶ୍ୱର ସହରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ବିଶ୍ୱକପ୍ ଆୟୋଜନ ପୂର୍ବରୁ ରାଜଧାନୀର ଅନେକ ସ୍ଥାନରେ ବସଷ୍ଟପ୍ ନିର୍ମାଣ କରାଯିବା ସହ ଏଠାରେ ଯାତ୍ରୀଙ୍କ ବସିବା ପାଇଁ ସୁବିଧା କରାଯିବ । ସିଟି ରୁଟ୍ ଚାର୍ଟ, ସିଟିର ମ୍ୟାପ ଓ ଡଷ୍ଟବିନ୍ ସହ ଅନ୍ୟାନ ସୁବିଧା ଯୋଗାଇ ଦିଆଯିବାର ଯୋଜନା ରହିଛି ।

20 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ବସଷ୍ଟପ୍ ନିର୍ମାଣ କରିଯିବ । ତିନି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ଧାର୍ଯ୍ୟ ହୋଇଛି ।

 

LEAVE A REPLY

Please enter your comment!
Please enter your name here