ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଦିନକୁ ଦିନ ନିଆଁ ପାହାଡ ଉପରେ ଥିବା ଘଞ୍ଚ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ନିଆଁର ପ୍ରକୋପ ଧିରେ ଧିରେ ବଢୁଥିବାରୁ ଜଙ୍ଗଲରେ ଥିବା ବଡ ବଡ ଗଛ ଜଳିଯିବା ଆଶଙ୍କାରେ ରହିଛି । ନିଆଁ ଯୋଗୁଁ ବହୁ ଔଷଧୀୟ ବୃକ୍ଷ ଜଳି ନଷ୍ଟ ହୋଇଗଲାଣି । ଏହାସହ ଅନେକ ଛୋଟ ଛୋଟ ସରୀସୃପ ଜାତୀୟ ଜୀବ ପୋଡି ହୋଇ ପ୍ରାଣ ହରାଇଲେଣି । ନିଆଁ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ବ୍ୟାପୁଥିବାରୁ ଆଖପାଖରେ ରହୁଥିବା ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଅଭୟାରଣ୍ୟ ଭିତରେ ଜଙ୍ଗଲ ଜଳିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସେହିପରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୫ଟି ଡିଭିଜନର ୨୧ଟି ରେଞ୍ଜ ମଧ୍ୟରୁ ଏଥର ୭ଟି ରେଞ୍ଜରେ ନିଆଁ ଲାଗିଛି । ଶିକାରୀ ମାନେ ଜନ୍ତୁ ଶିକାର ଏବଂ ଆଗକୁ ମହୁଲ ସଂଗ୍ରହ ପାଇଁ ନିଆଁ ଲଗାଇଦେଉଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here